Jagrut Odisha

ଓଏସ୍‌ସିପିସିଆର୍‌ର ପ୍ରତିଷ୍ଠା ଦିବସ ସମାରୋହ, ଗଞ୍ଜାମ ଡିଏସ୍‌ଡବ୍ଲ୍ୟୁଓ ବିଜୟଲକ୍ଷ୍ମୀ ବେହେରା ସମ୍ମାନିତ

ଜାଗ୍ରତ ଓଡ଼ିଶା ବ୍ୟୁରୋ, Brahmapur ·

ଓଏସ୍‌ସିପିସିଆର୍‌ର ପ୍ରତିଷ୍ଠା ଦିବସ ସମାରୋହ, ଗଞ୍ଜାମ ଡିଏସ୍‌ଡବ୍ଲ୍ୟୁଓ ବିଜୟଲକ୍ଷ୍ମୀ ବେହେରା ସମ୍ମାନିତ
ଓଏସ୍‌ସିପିସିଆର୍‌ର ପ୍ରତିଷ୍ଠା ଦିବସ ସମାରୋହ, ଗଞ୍ଜାମ ଡିଏସ୍‌ଡବ୍ଲ୍ୟୁଓ ବିଜୟଲକ୍ଷ୍ମୀ ବେହେରା ସମ୍ମାନିତ

ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପ୍ରତିଷ୍ଠା ଦିବସ ସମାରୋହରେ ଶିଶୁ ଅଧିକାରର ସୁରକ୍ଷା ଓ କଲ୍ୟାଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗଞ୍ଜାମ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଜୟଲକ୍ଷ୍ମୀ ବେହେରାଙ୍କୁ ସମ୍ମାନିତ କରାଯାଇଛି । ଭୁବନେଶ୍ୱରଠାରେ ଆୟୋଜିତ ଏହି ସମାରୋହରେ ଶିଶୁମାନଙ୍କ ସୁରକ୍ଷା, କଲ୍ୟାଣ, ସାମଗ୍ରିକ ବିକାଶ ଏବଂ ଅସହାୟ ଓ ଅବହେଳିତ ଶିଶୁଙ୍କୁ ଆବଶ୍ୟକ ସହାୟତା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏଥିସହ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ବିଭିନ୍ନ ସରକାରୀ ଓ ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟରେ ସମନ୍ୱୟ ଓ ସହଯୋଗର ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା ।