ଲୋଇସିଂହାରେ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଆୟୋଜିତ
ଜାଗ୍ରତ ଓଡ଼ିଶା ବ୍ୟୁରୋ, Loisingha ·

ଲୋଇସିଂହା ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଝାରମୁଣ୍ଡାସ୍ଥିତ ଅଞ୍ଚଳ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ଆୟୋଜିତ ହୋଇଯାଇଛି। ଲୋଇସିଂହା ଗୋଷ୍ଠୀ ଶିକ୍ଷା ଅଧିକାରୀ ନାରାୟଣ ଭୁଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସମାରୋହରେ ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଝାରମୁଣ୍ଡା ସରପଞ୍ଚ ବନିତା ମେହେର, ସାଂସଦ ପ୍ରତିନିଧି ବାଳକୃଷ୍ଣ ଧରୁଆ, ପରିଚାଳନା ସମିତି ଅଧ୍ୟକ୍ଷା ଭଗବତୀ ଧରୁଆ, ସହଶିକ୍ଷା ଅଧିକାରୀ ରୁଦ୍ରଦେବ ଷଡ଼ଙ୍ଗୀ ଓ ବସନ୍ତ କୁମାର ଭୋଇଙ୍କ ସମେତ ପ୍ରଧାନଶିକ୍ଷକ କପିଳେଶ୍ୱର କୁମ୍ଭାର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ସୁପର ସିନିୟର, ସିନିୟର, ଜୁନିୟର ଏବଂ ଭିନ୍ନକ୍ଷମ ବର୍ଗର ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଉଦ୍ଯାପନୀ ତଥା ପୁରସ୍କାର ବିତରଣ ସମାରୋହରେ ଲୋଇସିଂହା ତହସିଲଦାର ଟିକୁନୁ ପୁଟା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଆଗଲପୁର ବିଇଓ ଶ୍ୟାମ ମେହେର, ବିଧାୟକ ପ୍ରତିନିଧି ଗୌରାଙ୍ଗ ନାଏକ, ପ୍ରଧାନଶିକ୍ଷକ ହେମନ୍ତ ବାରିକ, ସଦାନନ୍ଦ ଭୋଇ ଏବଂ ସହଶିକ୍ଷା ଅଧିକାରୀ ରୁଦ୍ରଦେବ ଷଡ଼ଙ୍ଗୀ ଓ ବସନ୍ତ କୁମାର ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ବିଇଓ ନାରାୟଣ ଭୁଏଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ପର୍ଶୁରାମ ସୁନା, ନିତ୍ୟାନନ୍ଦ ବାଗ, ଗୋବିନ୍ଦ ବେହେରା, କରୁଣାକର ପଟେଲ, ବିଷ୍ଣୁପ୍ରିୟା ଦାସ ଓ ରୁକ୍ମଣ ପୋଡ଼ ପ୍ରମୁଖ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ। ବ୍ଲକର ସମସ୍ତ ସିଆର୍ସିସି, ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ, ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀ, ଆୟୋଜକ ବିଦ୍ୟାଳୟର ପରିଚାଳନା ସମିତି ସଦସ୍ୟ ଓ ଗ୍ରାମବାସୀ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ। ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀ ଆଗାମୀ ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଲୋଇସିଂହା ବ୍ଲକର ପ୍ରତିନିଧିତ୍ୱ କରିବେ ବୋଲି ଜଣାପଡ଼ିଛି।
